ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଶପଥ ଗ୍ରହଣ ସମାରୋହ ଓ ବିଶେଷ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସଂଗଠନର ଆଇନ ପରାମର୍ଶଦାତା ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ। ଦୀପକ କୁମାର ବର୍ମାଙ୍କୁ ସଭାପତି ଓ ଅଶୋକ କୁମାର ମୋଦୀଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। ଉଭୟଙ୍କୁ ଶପଥ ପାଠ କରାଯାଇଥିଲା।
ସାଧାରଣ ସଭାରେ ପୂର୍ବତନ ସମ୍ପାଦକ ନୀଳାଞ୍ଚଳ ପ୍ରଧାନ ବିଗତ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକଳାପର ବିବରଣୀ ଉପସ୍ଥାପନ କରିଥିଲେ। ପରେ ଦିବଂଗତ ସଦସ୍ୟମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଲକ୍ଷ୍ମଣ ଅଗ୍ରୱାଲଙ୍କୁ ସାମାଜିକ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମଞ୍ଚାସୀନ ଅତିଥି ଭାବରେ ପୂର୍ବତନ ସଭାପତି ଅଶୋକ କୁମାର ଜୈନ, ଉପସଭାପତି ବିକ୍ରମ ଅଗ୍ରୱଲ, କୋଷାଧ୍ୟକ୍ଷ ବିକାଶ ପୋଦାର, ପୂର୍ବତନ କୋଷାଧ୍ୟକ୍ଷ କମଲ ଅଗ୍ରୱଲ ଓ ମୁଖ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ ଉପସ୍ଥିତ ଥିଲେ। ସେକ୍ ରଫିକ୍ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପୂର୍ବତନ ସମ୍ପାଦକ ନୀଳାଞ୍ଚଳ ପ୍ରଧାନ ଧନ୍ୟବାଦ ଦେଇଥିଲେ।











