ଅନୁଗୁଳ: ଦେବଗଡ଼ ବନଖଣ୍ଡ ତଥା ଅନୁଗୁଳ ଜିଲ୍ଲା ପାଳଲହଡ଼ା – ଖମାର ବନାଞ୍ଚଳର ରେଙ୍ଗାଳିମୁଣ୍ଡା ଜଙ୍ଗଲରୁ ବୁଧବାର ଏକ ହାତୀଛୁଆ ଉଦ୍ଧାର ହୋଇଛି। ହାତୀ ଛୁଆ ର ବୟସ ୭/୮ ମାସ ବୋଲି ଅନୁମାନ କରାଯାଇଛି। ତା’ର ଗୋଡ଼ରେ ଗୁରୁତର କ୍ଷତ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଖେମଳା ପଞ୍ଚାୟତ ରେଙ୍ଗାଳମୁଣ୍ଡା ସ୍ଥିତ ପାଣି ଟାଙ୍କି ରେ ନିୟୋଜିତ ଶ୍ରମିକ ମାନେ ନିକଟସ୍ଥ ଜଙ୍ଗଲରେ ସକାଳେ ହାତୀଛୁଆକୁ ଠାବ କରିଥିଲେ । ପରେ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆକୁ ଉଦ୍ଧାର କରିଥିଲେ। ତା’ର ଗୋଡ଼ ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପଚି ଯାଇଛି। ଏପରିକି ହାତୀଛୁଆର ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା କରାଯାଉଥିବା ବେଳେ ସ୍ଥାନୀୟ ବନ ଅଧିକାରୀ କିନ୍ତୁ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।
ହାତୀଛୁଆ ଉଦ୍ଧାର
- Post published:December 16, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
