ହାତୀ ଉପଦ୍ରବ: ଗାଁରେ ପଶି କାହାର ଫସଲ ଖାଇଗଲେଣି ତ କାହାର ଭାଙ୍ଗିଲେଣି ଘର, ବନ ବିଭାଗ ଫେଲ୍

You are currently viewing ହାତୀ ଉପଦ୍ରବ: ଗାଁରେ ପଶି କାହାର ଫସଲ ଖାଇଗଲେଣି ତ କାହାର ଭାଙ୍ଗିଲେଣି ଘର, ବନ ବିଭାଗ ଫେଲ୍

ଅନୁଗୁଳ: ହାତୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ତାଳଚେର ବ୍ଲକ କଙ୍କିଳୀ ପଞ୍ଚାୟତ। ୧୮ ଦିନ ହେଲାଣି ହାତୀ ପଲ ଏଠାକୁ ଆସି ଉତ୍ପାତ ହେଉଛନ୍ତି। କେଉଁଠି ଧାନ କ୍ଷେତ ଉଜାଡ଼ିଲେଣି ତ ଆଉ କେଉଁଠି ଫସଲ ଖାଇ ଗଲେଣି। ହାତୀ ଉପଦ୍ରବ ରୋକିବାରେ ବନ ବିଭାଗ ବି ଫେଲ୍ ମାରିଛି।

ବିଳମ୍ବିତ ରାତିରେ ୪୦ ପଟ ବଣୁଆ ହାତୀପଲ ଆସି ଗାଁରେ ଥିବା ଧାନ ଜମିରେ ପାଚିଲା ଧାନ ଖାଇବା ସହ ବହୁ ଫସଲ ନଷ୍ଟ କରି ଆତଙ୍କ ଖେଳାଉଛନ୍ତି। ଏଥିସହ ଲୋକଙ୍କ ଘରଦ୍ୱାର ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ହାତୀଙ୍କୁ ଘଉଡ଼ାଇବାକୁ ପ୍ରତିଦିନ ଗ୍ରାମର ଲୋକମାନେ ଠେଙ୍ଗା ବାଡି ଧରି ନିଜ ଜୀବନକୁ ବାଜି ଲଗାଇ କ୍ଷେତରେ ପହରା ଦେଉଛନ୍ତି। ହାତୀଙ୍କ ଉପଦ୍ରବ ଯୋଗୁ ଚାଷୀମାନେ ଧାନ ଫସଲ ଆଦାୟ କରି ବିକ୍ରି କରିପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

Share

Leave a Reply