ଖୁସି ଖବର! ନାଲକୋର ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

You are currently viewing ଖୁସି ଖବର! ନାଲକୋର ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ନାଲକୋ ନଗର: ଶ୍ରମିକ ସଂଗଠନଙ୍କ ବହୁଦିନର ଦାବି ପରେ ନାଲକୋ ପ୍ରଶାସନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ହେଲ୍ପ ଡେସ୍କ ଖୋଲିଛି। ଏସ. ଆଣ୍ଡ.ପି କମ୍ପ୍ଲେକ୍ସ ଟ୍ରେନିଂ ସେଣ୍ଟର ଠାରେ ଏହି ହେଲ୍ପ ଡେସ୍କ ସେଲକୁ ଆଜି ଡାଇରେକ୍ଟର ଫାଇନାନ୍ସ ରମେଶ ଚନ୍ଦ୍ର ଯୋଶୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ନାଲକୋରୁ ଅବସର ନେଉଥିବା କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ସମେତ ନାଲକୋ ସମ୍ପର୍କିତ ବିଭିନ୍ନ ସମସ୍ୟାର ଅଭିଯୋଗ ପ୍ରକୋଷ୍ଠ ଭାବେ ମାସର ଦ୍ଵିତୀୟ ଓ ତୃତୀୟ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ୧ ଟା ଯାଏଁ ଏଠାରେ ସେବା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ନାଲକୋ ଇଡି ଭୀମସେନ ପ୍ରଧାନ ଓ ଜିଜିଏମ ମଣି ପ୍ରସାଦ ସାମଲଙ୍କ ସମେତ ବହୁ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply