ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।
ତାଳଚେର ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ବିଧବା ମହିଳା ଅଞ୍ଜଳି ବେହେରା ଓ ତାଙ୍କ ପରିବାରକୁ ଅନୁଷ୍ଠାନ ପକ୍ଷରୁ ଚୂଡା, ଚାଉଳ, ଡାଲି, ବିସ୍କୁଟ ପ୍ରଭୃତିି ଖାଦ୍ୟ ସାମଗ୍ରୀ ସହ ଶାଢ଼ି ଇତ୍ୟାଦି ପ୍ରଦାନ କରାଯାଇଛି।
ଅନୁଷ୍ଠାନର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ଦୟାନିଧି ସାହୁ, ସଦସ୍ୟ ପଞ୍ଚାନନ ବେହେରା ଓ ଦୀପକ କୁମାର ବେହେରା ଅଞ୍ଜଳିଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରିଲିଫ୍ ପ୍ରଦାନ କରିଥିଲେ। ସହାୟତା ପ୍ରଦାନ ବେଳେ ତାଳଚେରର ସ୍ୱେଚ୍ଛାସେବୀ ବାପି ମହାନ୍ତି ଉପସ୍ଥିତ ଥିଲେ।