ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶ ସ୍ୱାଇଁ ହେଲେ ସଭାପତି

You are currently viewing ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶ ସ୍ୱାଇଁ ହେଲେ ସଭାପତି

ଅନୁଗୁଳ : ସ୍ଥାନୀୟ ହେମସୁରପଡ଼ା ଦୁର୍ଗାପୂଜା କମିଟିର ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟ ବ୍ୟୟ ଉପସ୍ଥାପନ କରାଯାଇଥିଲା। ଏହା ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ଚଳିତ ବର୍ଷ ହେମସୁରପଡା ଦୁର୍ଗାପୂଜା ପାଇଁ ସଭାପତି ଭାବେ ଅମରେଶ ସ୍ୱାଇଁ, ପ୍ରଥମ ଉପସଭାପତି ଭାବେ ଅଶୋକ ଦଳବେହେରା, ଦ୍ୱିତୀୟ ଉପସଭାପତି ଭାବେ କଲ୍ଲୋଳକାନ୍ତ ସାହୁ, ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ଜେନା, ୪ ଜଣ ସହସମ୍ପାଦକ ଅଶ୍ୱିନୀ ଦଳବେହେରା, ସୁଜିତ କୁମାର ବେହେରା, ବିକାଶ ସୁବୁଦ୍ଧି, ପ୍ରସନ୍ନ ଦଳବେହେରା ଏବଂ କୋଷାଧ୍ୟକ୍ଷ ଭାବେ ବିଭୂତି ଦଳବେହେରାଙ୍କୁ ଚୟନ କରାଯାଇଛି। ଏଥିସହ ୧୩ ଜଣ ଉପଦେଷ୍ଟାଙ୍କୁ ମଧ୍ୟ ବଛାଯାଇଛି। ସବୁଥର ଭଳି ଏଥର ବି ଧୁମଧାମରେ ପୂଜା ହେବ ବୋଲି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରିଆଜୁଦିନ ଅହମ୍ମଦ କହିଛନ୍ତି।

Share

Leave a Reply