ଅନୁଗୁଳ: ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନଙ୍କ ମାନବୀୟ ଲୀଳା ଖେଳାର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ହେରା ପଞ୍ଚମୀ ଜଗନ୍ନାଥ ସଂସ୍କୃତିର ଅନ୍ୟତମ ନୀତି।ଏ ପରିପ୍ରେକ୍ଷୀରେ ଗୁଣ୍ଡିଚା ଯାତ୍ରା ଦିନ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ଘର ଓ ଜନ୍ମ ବେଦୀକୁ ବୁଲି ଯାଇଥିବା ବେଳେ ସାଙ୍ଗରେ ପତ୍ନୀ ଲକ୍ଷ୍ମୀଙ୍କୁ ସାଥିରେ ନେଇ ନ ଥିବାରୁ ତାଙ୍କର ଅଭିମାନ ହୋଇଥିଲା। ଚାରିଦିନ ଦିନ ଧରି ଦିଅଁ ମାନେ ଶ୍ରୀ ମନ୍ଦିରରେ ଅନୁପସ୍ଥିତ ଦେଖି ସେମାନଙ୍କ ଖବର ବୁଝିବା ପାଇଁ ଲକ୍ଷ୍ମୀ ଶ୍ରୀ ମନ୍ଦିର ଛାଡି ବାହାରିଥିଲେ। ସନ୍ଧ୍ୟା ଆଳତୀ ପରେ ଘଣ୍ଟ ଘଣ୍ଟା ନାମ ସଙ୍କୀର୍ତ୍ତନ ଵନାଟି ଖେଳ,ଆତସବାଜି ମଧ୍ୟରେ ସୁସଜ୍ଜିତ ବିମାନରେ ବସି ମା ଲକ୍ଷ୍ମୀ ମନ୍ଦିରରୁ ମେଡିକାଲ ରୋଡ ଦେଇ ପୁରୁଣା ବସଷ୍ଟାଣ୍ଡ ହୋଟେଲ ନିଲକମଲରେ ପହଞ୍ଚି ଥିଲେ। ସେଠାରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଲାଗି ହେବାପରେ ଶୋଭାଯାତ୍ରା ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଉଭୟ ପକ୍ଷର ସେବାୟତ ମାନଙ୍କ ମଧ୍ୟରେ ପାରମ୍ପରିକ କଳହ ବୋଲି।ହୋଇଥିଲା। ମା ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନ ପାଇ ରାଗରେ ନନ୍ଦିଘୋଷ।ରଥରୁ କାଠ ଖଣ୍ଡେ ଭାଙ୍ଗି ଦିଅନ୍ତି। ହେରା ପଞ୍ଚମୀ ଅବସରରେ ଆଡ଼ପ ମଣ୍ଡପରେ ନୃତ୍ୟ ନୀଳୟ ପକ୍ଷରୁ ଆକର୍ଷଣୀୟ ଓଡ଼ିଶୀ ଦଳଗତ ନୃତ୍ୟ ଓ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।
ହେରା ପଞ୍ଚମୀ: ନନ୍ଦିଘୋଷରୁ କାଠ ଭାଙ୍ଗି ଶ୍ରୀମନ୍ଦିର ବାହୁଡ଼ିଲେ ଲକ୍ଷ୍ମୀ
- Post published:June 24, 2023
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul