ନାଲକୋ କଲୋନୀକୁ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ନେଇ ଉତ୍ତେଜନା, ୨ ଘଣ୍ଟା ପରେ ତୁଟିଲା ବିବାଦ

You are currently viewing ନାଲକୋ କଲୋନୀକୁ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ନେଇ ଉତ୍ତେଜନା, ୨ ଘଣ୍ଟା ପରେ ତୁଟିଲା ବିବାଦ

ଅନୁଗୁଳ: ନାଲକୋ ନୂତନ କୋ-ଅପରେଟିଭ୍ ମାର୍କେଟ କମ୍ପ୍ଲେକ୍ସ ନିକଟରେ କଲୋନୀକୁ ଅଜଣା ଲୋକଙ୍କ ପ୍ରବେଶ ନିଷେଧ ହୋଇଛି। ଏହା ସତ୍ତ୍ୱେ ଶନିବାର ଜଣେ ଯୁବକ କଲୋନୀ ପରିସର ଫାଟକ ନମ୍ୱର ୧ରେ ଜୋର ଜବରଦସ୍ତି ଯିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷା କର୍ମୀ ବାରଣ କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।
ସୂଚନା ମୁତାବକ, କଲୋନୀ ପରିସର ମଧ୍ୟରେ ଥିବା ମୁସଲିମ ସମ୍ପ୍ରଦାୟର ଲୋକଙ୍କ ପାଇଁ ମସଜିଦ ରହିଛି। ପୂର୍ବରୁ ଉକ୍ତ ମସଜିଦକୁ ପ୍ରତ୍ୟେକ ଶୁକ୍ରବାର ଟାଟା ଭୂଷଣ, ବଅଁରପାଳ ତଥା ଆଖପାଖ ଅଞ୍ଚଳ ଲୋକ ପ୍ରାର୍ଥନା କରିବା ପାଇଁ ଆସନ୍ତି। କିନ୍ତୁ ଶନିବାର ସମସ୍ତ ମୁସଲିମ ସମ୍ପ୍ରଦାୟର ଲୋକକୁ ଭିତରକୁ ଯିବାକୁ ବାରଣ କରିବାରୁ ଦିନ ସାଢ଼େ ୧୨ରୁ ପ୍ରାୟ ଦୁଇ ଘଣ୍ଟା ଧରି ବିବାଦ ଉପୁଜି ଥିଲା। ନାଲକୋ ସୁରକ୍ଷା ବିଭାଗ ଅଧିକାରୀ ଏ.ପି.କରନଙ୍କ ସହ ଆଲୋଚନା ପରେ ଯିବା ଆସିବା କରିବା ପାଇଁ ବାଟ ଫିଟି ଥିଲା।
ତେବେ ଆଗକୁ ମସଜିଦକୁ ପ୍ରାର୍ଥନା କରିବାକୁ ଆସୁଥିବା ଲୋକଙ୍କ ପାଇଁ ପରିଚୟ ପତ୍ର ତିଆରି କରିବାକୁ ପରାମର୍ଶ ଦିଆଯାଇଥିବା ଜଣାଯାଇଛି।

Share

Leave a Reply