ଅସହିଷ୍ଣୁ ବିରୋଧୀ: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ହାଇମାଷ୍ଟ ଲାଇଟ୍ ପୋଷ୍ଟ

You are currently viewing ଅସହିଷ୍ଣୁ ବିରୋଧୀ: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ହାଇମାଷ୍ଟ ଲାଇଟ୍ ପୋଷ୍ଟ

ଅନୁଗୁଳ: ଉଦଘାଟନ ପୂର୍ବରୁ ନୂଆ ଲାଗିଥିବା ହାଇମାଷ୍ଟ ଲାଇଟ୍ ପୋଷ୍ଟକୁ ଭାଙ୍ଗିଦେଲେ ବିରୋଧୀ ଗୋଷ୍ଠୀର କିଛି ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର୍ ଉପର ଛକରେ। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାକୁ ଶୁକ୍ରବାର ଉଦଘାଟନ କରିବାର ଥିଲା।

ଏନେଇ ଗାଁରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପରେ ସ୍ଥାନୀୟ ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। କିନ୍ତୁ ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ପୋଲିସ ଦୁଇ ଅଟକଙ୍କୁ ଛାଡ଼ିଥିବା ସୂଚନା ମିଳିଛି।

Share

Leave a Reply