ହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

You are currently viewing ହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ଅନୁଗୁଳ: ହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବାଇକ୍ ଆରୋହୀ ଜଣକ ହେଲେ ତାଳଚେର ଏନଟିପିସି ସରଧାପୁର ଗ୍ରାମର କୃଷ୍ଣ ଭୁତିଆଙ୍କ ୨୨ ବର୍ଷୀୟ ପୁଅ ସିଲୁ ଭୁତିଆ। ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥରେ ୧୦ ଚକା ହାଇଓ୍ବା ଧକ୍କାରେ ବାଇକ୍ ଚାଳକର ମୃତ୍ୟୁ ଘଟିଛି। ତେବେ ସିଲୁ ଜଣେ ଭିଡିଓ ଗ୍ରାଫର। ସିଲୁ ତାଳଚେର ଅଞ୍ଚଳର ପିକେ ଷ୍ଟୁଡିଓରେ କାମ କରନ୍ତି। ଆଜି କୌଣସି କାମରେ ସେ ତାଳଚେର ଅଞ୍ଚଳରୁ ବଅଁରପାଳ ଦେଇ ମୋଟର ସାଇକେଲରେ (ଓଡି ୩୫ ଇ ୯୮୬୧) ଯାଉଥିବା ବେଳେ ଏକ ହାଇୱା ଟ୍ରକ୍ (ଓଡ଼ି ୦୫ଜେଡ ୧୮୫୫) ସହ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ସିଲୁକୁ ଉଦ୍ଧାର କରିବା ସହ ବଅଁରପାଳ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିକଟରେ ଥିବା ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର୍ ସିଲୁକୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଦୁର୍ଘଟଣା ଘଟିଥିବା ଦୁଇଟି ଗାଡିକୁ ପୋଲିସ ଜବତ କରିଛି।

Share

Leave a Reply