ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ଏକ ହୁଣ୍ଡିରୁ ଗୁରୁବାର ରାତିରେ ଚୋରି ହୋଇଛି । ଶୁକ୍ରବାର ସକାଳୁ ମନ୍ଦିରର ସୁରକ୍ଷାକର୍ମୀ ହୁଣ୍ଡି ଭଙ୍ଗା ହୋଇଥିବାର ଦେଖି ମନ୍ଦିର ପ୍ରଶାସନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ନିକଟସ୍ଥ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ତହସିଲଦାର, ପୁଲିସ ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ସେଠାରେ ମନ୍ଦିରର ସମ୍ମୁଖ ଭାଗରେ ଥିବା ହୁଣ୍ଡିର ତାଲା ଭଙ୍ଗାଯାଇଥିବା ହୁଣ୍ଡିର ଆଖପାଖ ସ୍ଥାନରେ ଟଙ୍କା, ପଇସା ଆଦି ଇତସ୍ତତଃ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଭଙ୍ଗାଯାଇଥିବା ହୁଣ୍ଡିରୁ ୧ ଲକ୍ଷ ୯୨ ହଜାର ୫୪୩ ଟଙ୍କା ସଂଗୃହୀତ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଓ ଏମ୍ସିଏଲ୍ ପକ୍ଷରୁ ହିଙ୍ଗୁଳା ମନ୍ଦିର ପରିସରକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା ବେଳେ ହିଙ୍ଗୁଳା ମନ୍ଦିର ପରିସରରୁ ଏହି ଚୋରି ଘଟଣା ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।
ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି
- Post published:October 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
