ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ହୋମ ବେସଡ଼ ପଲିଏଟିଭ କେୟାର କର୍ମଶାଳା ଆୟୋଜିତ ହୋଇଛି। ବୈଠକରେ ଜିଲ୍ଲାପାଳ ହୋମ ବେସଡ଼ ପଲିଏଟିଭ କେୟାରର ଗୁରୁତ୍ୱ କହିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶିବାନନ୍ଦ ମହାନ୍ତି ପଲିଏଟିଭ କେୟାର ଭୂମିକା ବିଷୟରେ ଆଲୋଚନା କରିଥିଲେ। ଡାକ୍ତର ବିଶ୍ଵନାରାୟଣ ମହାନ୍ତି, ଡାକ୍ତର ସୁସ୍ମିତା ମହାନ୍ତି ଓ ଡାକ୍ତର ମାମି ପରିଡା ପଲିଏଟିଭ କେୟାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ।
କର୍ମଶାଳାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକସ୍ତରୀୟ ମେଡିକାଲ ଅଫିସର, ନର୍ସିଙ୍ଗ ଅଫିସର ଉପସ୍ଥିତ ଥିଲେ।