ଓଡିଶା ହାଇକୋର୍ଟର କ୍ୟାଲେଣ୍ଡର ଉନ୍ମୋଚିତ :ଅନୁଗୁଳର ଆଶୀର୍ବାଦଙ୍କ ପେଣ୍ଟିଙ୍ଗ ସ୍ଥାନିତ

You are currently viewing ଓଡିଶା ହାଇକୋର୍ଟର କ୍ୟାଲେଣ୍ଡର  ଉନ୍ମୋଚିତ :ଅନୁଗୁଳର ଆଶୀର୍ବାଦଙ୍କ ପେଣ୍ଟିଙ୍ଗ ସ୍ଥାନିତ

ଅନୁଗୁଳ: ୨୦୨୫ ମସିହା ପାଇଁ ଓଡିଶା ହାଇକୋର୍ଟର ବାର୍ଷିକ କ୍ୟାଲେଣ୍ଡର ମାନ୍ୟବର ମୁଖ୍ୟ ବିଚାରପତି ସି.ଏସ ସିଂହଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ଅନୁଗୁଳ ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ଡେରା, ତାଳଚେରର ନବମ ଶ୍ରେଣୀ ଛାତ୍ର ଆଶୀର୍ବାଦ ଦାସଙ୍କ ଫଟୋ ଚିତ୍ର ସ୍ଥାନିତ ହୋଇଛି।

ତାଙ୍କୁ ମୁଖ୍ୟ ବିଚାରପତି ମାନପତ୍ର ଓ ଆର୍ଥିକ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଶୀର୍ବାଦ ଜଣେ ପ୍ରତିଭାସମ୍ପନ୍ନ ପେଣ୍ଟର ଭାବେ ଅନୁଗୁଳରେ ପରିଚିତ। ସେ ପୂର୍ବରୁ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଛନ୍ତି। ଜଳ ବାୟୁ ପରିବର୍ତନ, ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଆଦି ଉପରେ ତାଙ୍କର ପେଣ୍ଟିଙ୍ଗ ବହୁ ପ୍ରଶଂସିତ। ବାପା ତପନ ଦାସ ଓ ମା ରୋଜାଲିନ ଦାସଙ୍କ ପୁତ୍ର ଆଶୀର୍ବାଦଙ୍କ ଚଲାପଥ କୁସୁମିତ ହେଉ ଓ ଜିଲ୍ଲା ପାଇଁ ଅନେକ ଗୌରବ ଆଣନ୍ତୁ ଏତିକି କାମନା।

Share

Leave a Reply