ହୋଟେଲ୍‌ରେ ଭଙ୍ଗାରୁଜା, ଖଣ୍ଡା ବୁଲିବା ଘଟଣା

You are currently viewing ହୋଟେଲ୍‌ରେ ଭଙ୍ଗାରୁଜା, ଖଣ୍ଡା ବୁଲିବା ଘଟଣା

ଅନୁଗୁଳ: ଅନୁଗୁଳ ସହର ମଦନମୋହନପଡ଼ା ପୋଖରୀ ହୁଡାରେ ଥିବା ଏକ ହୋଟେଲରେ ଭଙ୍ଗାରୁଜା ଓ ଖଣ୍ଡା ବୁଲିବା ଘଟଣାରେ ଅନୁଗୁଳ ଥାନା ପୁଲିସ୍ ରବିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଲିଙ୍ଗରାଯୋଡ଼ି ଗ୍ରାମର କ୍ଷୀତେଶ ପ୍ରଧାନ(୨୨) ଓ କାଦୁ ବେହେରା(୨୦)। ଗତ ଫେବ୍ରୁଆରୀ ୧୯ ତାରିଖରେ ହୋଟେଲ୍‌ରୁ ଖାଦ୍ୟ ପାର୍ସଲ ନେଲା ବେଳେ ହୋଟେଲ୍ ମାଲିକ ରିହାତି ନଦେବାରୁ ତୁମୁଳ କାଣ୍ଡ ଘଟିଥିଲା । ଦୁଇ ଅଭିଯୁକ୍ତ ହୋଟେଲ୍ ମାଲିକଙ୍କ ବାପାଙ୍କୁ ନିର୍ଧୁମ ପିଟିବା ସହ ହୋଟେଲ୍‌ରେ ଥିବା ଖାଦ୍ୟ ଫିଙ୍ଗାଫୋପଡ଼ା କରିଥିଲେ । ଏମିତିକି ସେଠାରେ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ। ପୁଲିସ୍‌ ଏ ସଂକ୍ରାନ୍ତରେ କେସ୍ ନଂ ୯୬|୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Share

Leave a Reply