ଅନୁଗୁଳ : ବିଜ୍ଞାନ ଓ ବିଶ୍ୱାସକୁ ନେଇ ଏବେ ରାଜ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ଆଜି ସକାଳେ ରାଣୀଗୋଡା ସ୍କୁଲ ସାହିର ଦରବ ପ୍ରଧାନଙ୍କ ଘର ହଠାତ ଜଳିବାକୁ ଲାଗିଥିଲା। ବିନା କାରଣରେ ନିଆଁ ଲାଗିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ପାଣି ପକାଇ ଗାଁ ଲୋକେ ନିଆଁ ଲିଭାଇଥିଲେ ମଧ୍ୟ ସେତେବେଳକୁ ଦରବଙ୍କ ଶୋଇବା ଘର ଓ ଠାକୁର ଘରର ସବୁ ଜିନିଷ ଜାଳି ଯାଇଥିଲା। ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଥିଲା ବାକ୍ସରେ ନିଆଁ ଲାଗିନଥିଲେ ବି ତା ଭିତରୁ ନିଆଁ କୁହୁଳି ଧୂଆଁ ବାହାରୁଥିଲା। ସ୍ଥାନୀୟ ଲୋକ ଏହାକୁ ଭୌତିକ କାଣ୍ଡ କହିବାରୁ ପରିବାର ଲୋକେ ପଣା ଭୋଗ ଦେଇ ପୂଜା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳ ବୁଲି ଦେଖିଛନ୍ତି।
ଭୌତିକ କାଣ୍ଡ! ବିନା କାରଣରେ ହଠାତ୍ ଜଳିବାକୁ ଲାଗିଲା ଘର, ବାକ୍ସ ଭିତରୁ କୁହୁଳୁ ଥିଲା ନିଆଁ
- Post published:November 9, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


