birthday

ଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

0

ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍ ସମ୍ମୁଖରୁ ଜଣେ ପୂର୍ବତନ ଯବାନଙ୍କ ବାଇକ୍ ଚୋରି ହୋଇଯାଇଛି । ସୂଚନା ମୁତାବକ, ଅନୁଗୁଳ ସହର ମାଟିଆସାହିର ପୂର୍ବତନ ଯବାନ ତୀର୍ଥବାସୀ ସାହୁ ଗତକାଲି ପୂର୍ବାହ୍ନରେ ଆର୍ମି କ୍ୟାଣ୍ଟିନକୁ ଆସିଥିଲେ । କ୍ୟାଣ୍ଟିନ୍ ଆଗରେ ବାଇକ୍ ରଖି ଜିନିଷ ଆଣିବାକୁ ଯାଇଥିଲେ। ମାତ୍ର କ୍ୟାଣ୍ଟିନ୍‌ରୁ ଫେରି ଦେଖିବା ବେଳକୁ ତାଙ୍କବାଇକ୍ କେହି ନେଇ ଯାଇଥିଲା। ଆଖପାଖରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

error: Content is protected !!