ଜଳିଲା ଜାତୀୟ ରାଜପଥ

0

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି। ବାମୁର ନିକଟ ସୁସବଠାରେ କଂକ୍ରିଟ୍ ରାସ୍ତା ନିର୍ମାଣ ହେଉଥିବାବେଳେ ଏହା ଉପରେ ଅଖାବସ୍ତା ବିଛାଯାଇଛି। ବୁଧବାର ଅପରାହ୍ନ ୨ଟାବେଳେ ଏହି ଅଖାରେ ନିଆଁଲାଗି ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ଜଳିଥିଲା । ଫଳରେ ଜାତୀୟ ରାଜପଥ ଜଳୁଥିବା ପରି ଦେଖାଯାଇଥିଲା। ଏଥିଯୋଗୁଁ ୧ ଘଣ୍ଟା ଧରି ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ବାମୁର ଦମକଳ ବାହିନୀ ଏବଂ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଗାୟତ୍ରୀର ପାଣିଗାଡି ପହଞ୍ଚି ନିଆଁ ଲିଭାଇବା ପରେ ଗାଡ଼ି ଚଳାଚଳ କରିଥିଲା ।

 

Leave A Reply

Your email address will not be published.

error: Content is protected !!