କ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

You are currently viewing କ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଅନୁଗୁଳ: କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ଶୁକ୍ରବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇପଡ଼ିଛି ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଯେ, ତାଳଚେର ବ୍ଲକ୍ ଅନ୍ତର୍ଗତ ହିଲୋଇ ଗ୍ରାମର ୧୨୦ଟି ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି। ସେମାନଙ୍କୁ ଅଦ୍ୟାବଧି କିନ୍ତୁ ଘରଡିହ ବାବଦରେ କ୍ଷତିପୂରଣ ମିଳିନାହିଁ। ହେଲେ ବିନା ସୂଚନାରେ ଶୁକ୍ରବାର ଭୋରରୁ ସେମାନଙ୍କର ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ବିରୋଧ ଯୋଗୁଁ ଘରଭଙ୍ଗା କାର୍ଯ୍ୟରେ ନିୟୋଜିତ ମେସିନଗୁଡ଼ିକୁ ଫେରିଯାଇଥିଲା। ଏହି ଘଟଣାକୁ ଅନ୍ୟ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକ ମଧ୍ୟ ବିରୋଧ କରିବା ସହ ହିଲୋଇ ଗ୍ରାମବାସୀଙ୍କ ସମର୍ଥନରେ ଖଣି ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ସକାଳେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ହିଲୋଇ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏମ୍‌ସିଏଲ୍‌ର ଏଭଳି ମନମୁଖୀ କାର୍ଯ୍ୟକୁ ସେ ସମାଲୋଚନା କରିଥିଲେ। କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ଓ ଥଇଥାନ ସହ ନିଯୁକ୍ତି ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

Share

Leave a Reply