ଅନୁଗୁଳ: କଣିହାଁ ବନାଞ୍ଚଳ ଅଧୀନସ୍ଥ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲରୁ ସୋମବାର ଜଣେ ଶିକାରୀକୁ ବନବିଭାଗ ଗିରଫ କରିବା ସହ ତାପାଖରୁ ଏକ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତ କଣିହାଁ ଥାନା ବଡ଼ତ୍ରିବିଡା ପଞ୍ଚାୟତ ବାହାରିଆପୁର ଗ୍ରାମର ସୁଦାମ ସାହୁ(୪୫)। ଜଙ୍ଗଲରେ ଶିକାର ଚାଲିଥିବା ସୂଚନା ପାଇଁ ବନବିଭାଗ ପକ୍ଷରୁ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲ ଅତର୍କିତ ଚଢ଼ାଉ କରାଯାଇଥୁଲା । ଅଭିଯୁକ୍ତ ସୁଦାମ ଶିକାର କରିବା ଉଦ୍ଦେଶ୍ୟରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିବା ବେଳେ ଧରାପଡ଼ିଥିଲା। ବନ ବିଭାଗର କର୍ମଚାରୀ ତାକୁ ଗିରଫ କରିବା ସହ ବନ୍ଧୁକକୁ ଜବତ କରିଥିଲେ ବନ୍ୟଜନ୍ତୁ ନିରୋଧ ଆଇନରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତର କରୋନା ପରୀକ୍ଷା କରାଯାଇଛି । ନେଗେଟିଭ୍ ରିପୋର୍ଟ ଆସିଲେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ରେଞ୍ଜର ନୀଳମଣି ଦେହୁରୀ ସୂଚନା ଦେଇଛନ୍ତି।
ଶିକାରୀ ଗିରଫ, ବନ୍ଧୁକ ଜବତ
- Post published:June 1, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
