ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁ ଗଡ଼ସାହିର ରଞ୍ଜନ ଗୋଚ୍ଛାୟତ ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କୁ ଘର ଭିତରେ ବନ୍ଦକରି ପୋଡ଼ି ମାରିବା ଉଦ୍ୟମ କରିଛି। ସୂଚନା ମୁତାବକ, ଶୁକ୍ରବାର ଘରୋଇ ଗଣ୍ଡଗୋଳରୁ ରଞ୍ଜନ ତାଙ୍କ ସ୍ତ୍ରୀ ହୀରାଙ୍କୁ ଏକ ଲୁହା ପାଇପରେ ମାଡ଼ ମାରିଥିଲେ। ଫଳ ହୀରାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ହୀରା ୨ ଜଣ ଛୁଆଙ୍କୁ ଧରି ଘରେ ଶୋଇଥିଲେ। ଏହି ସମୟରେ ରଞ୍ଜନ ଘର ବାହାରୁ କବାଟ ହୁକ ପକାଇ ନିଆଁ ଲଗାଇ ଦେଇ ପଳାଇଥିଲା। ଏହା ଦେଖି ରଞ୍ଜନଙ୍କ ବାପା ହୀରା ଓ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ହୀରା ଶନିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରଞ୍ଜନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ସ୍ତ୍ରୀ ଓ ୨ ଛୁଆଙ୍କୁ ପୋଡ଼ି ମାରିବାଉଦ୍ୟମ
- Post published:July 2, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
