ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର କୃତିବାସ ନାଏକ ତାଙ୍କ ସ୍ତ୍ରୀ ନମୀତା ନାଏକଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି।
ସୂଚନା ମୁତାବକ, ୫ ବର୍ଷ ତଳେ କୃତିବାସ ନମୀତାଙ୍କୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ଅଛି। ତେବେ କିଛିଦିନ ହେବ କୃତିବାସ ୨ୟ ସ୍ତ୍ରୀ ଆଣିଥିଲେ। ଏହାପରେ କୃତିବାସ ଓ ତାଙ୍କ ୨ୟ ସ୍ତ୍ରୀ ସୀମା ନାଏକ ନମୀତାଙ୍କୁ ନିର୍ଯାତନା ଦେବାକୁ ଆରମ୍ଭ କରିଥିଲେ। ଗତ ୪ ତାରିଖରେ କୃତିବାସ ତାଙ୍କ ୨ୟ ସ୍ତ୍ରୀ ତାଙ୍କୁ ମାଡ଼ମାରିବାସହ ଘରୁ ବାହାର କରି ଦେଇଥିଲେ। ଏ ନେଇ ନମୀତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର କୃତିବାସଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।