ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି। ଅନୁଗୁଳ ଟାଉନ ଥାନା ପିଟିସି ଛକ ନିକଟସ୍ଥ ଏକ ବାଇକ ଶୋ’ରୁମରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରାମାଡ଼ କରିଛନ୍ତି। ଗୁରୁତର ମହିଳା ଜଣକ ହେଉଛନ୍ତି ପଞ୍ଚମହଲା ଅଞ୍ଚଳର ତୁଳସୀ ବେହେରା।
ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ସ୍ୱାମୀ ଲିଟୁ ଓ ତୁଳସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସୋମବାର ଲିଟୁ ଶୋ’ରୁମକୁ ଆସି ଝଗଡ଼ା କରିବା ସହ ଉତ୍ତେଜିତ ହୋଇ ତୁଳସୀଙ୍କ ମୁହଁ ଓ ପେଟକୁ ଛୁରୀରେ ଆକ୍ରମଣ କରିଥିଲେ। ସଙ୍କଟଜନକ ଅବସ୍ଥାରେ ତାଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଲିଟୁଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।











