ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

You are currently viewing ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁ ଡ଼ିହସାହିର ବିଶ୍ବନାଥ ନାଏକ(୪୨) ତାଙ୍କ ସ୍ତ୍ରୀଙ୍କ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି।

ସୂଚନା ଯେ, ୨୦୧୬ ଅକ୍ଟେବର ୨୦ ତାରିଖରେ ବିଶ୍ବନାଥ ସରଦୀ ନାଏକଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟେ ସ୍ବାମୀ ସ୍ତ୍ରୀ ଭାବେ ଭଲରେ ଚଳୁଥିଲେ। ତେବେ ଗତ ୬ ମାସ ହେବ ବିଶ୍ବନାଥ ସରଦୀଙ୍କୁ ଶାରିରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ଏ ନେଇ ସରଦୀ ଖବର ପାଇଲେ ଯେ, ବିଶ୍ବନାଥ ଅନ୍ୟ ଜଣେ ସ୍ତ୍ରୀ ଲୋକଙ୍କସହ ରହୁଛନ୍ତି। ଏ ନେଇ ସରଦୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଗୁରୁବାର ବିଶ୍ବନାଥଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply