ସ୍ତ୍ରୀକୁ ନିର୍ଯାତନା, ସ୍ବାମୀ ଗିରଫ

You are currently viewing ସ୍ତ୍ରୀକୁ ନିର୍ଯାତନା, ସ୍ବାମୀ ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଆମ୍ବପାଳ ଗାଁରେ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ପୋଲିସ ସ୍ଵାମୀଙ୍କୁ ଶୁକ୍ରବାର ଗିରଫ କରିଛି।

ସୂଚନା ଯେ, ଆମ୍ବପାଳ ଗାଁର ଭ୍ରମର ସାହୁ(୩୭) ୧୨ ବର୍ଷ ତଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ବାଉରୀ ରାଉଳଙ୍କ ଝିଅ ସସ୍ମିତାଙ୍କୁ ବିବାହ କରିଥିଲେ। ତେବେ ଭ୍ରମରଙ୍କ ପରକୀୟା ପ୍ରୀତି ସନ୍ଦେହରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିଗୋଳ ଲାଗିରହିଥିଲା। ଫଳରେ ଗତ ୨୧ ତାରିଖରେ ସସ୍ମିତା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସସ୍ମିତାଙ୍କ ବାପା ବାଉରୀ ଥାନାରେ ଲିଖ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଭ୍ରମରଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି ।

Share

Leave a Reply