ଅନୁଗୁଳ: ଆଜି ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର କୁମାର ଜେନା। ସେ ୨୦୨୨ ବ୍ୟାଚ୍ ଆଇଏଏସ୍। ଟ୍ରେନିଂ ପରେ ତାଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ନୂତନ ଉପଜିଲ୍ଲାପାଳଙ୍କୁ ଆଜି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ। ଉପଜିଲ୍ଲାପାଳ ମଧ୍ୟ ଯୋଗଦାନ ପରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅନୁଗୁଳ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ବିଦାୟୀ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଆଜି ଅଫିସ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା
- Post published:September 10, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
