ଆଇଡ୍ରିମ କଲେଜରେ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ

You are currently viewing ଆଇଡ୍ରିମ କଲେଜରେ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ବଲହର ଛକ ସ୍ଥିତ ଆଇଡ୍ରିମ ମ୍ୟାନେଜେମେଣ୍ଟ କଲେଜରେ ୨୦୨୪ ଶିକ୍ଷାବର୍ଷର  ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଲେଜର ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଡ୍ରିମ କଲେଜର ଅଧ୍ୟକ୍ଷ ଯୋଗେଶ୍ୱର ସାହୁ, ପରିଚାଳନା କମିଟିର ସଦସ୍ୟ ସଞ୍ଜୟ କୁମାର ସାହୁ, ସ୍ନାତକୋତ୍ତର ବିଭାଗର ମୁଖ୍ୟ ପ୍ରଦୀପ ମହାପାତ୍ର, ସ୍ନାତକ ଆଇଟି ବିଭାଗର ମୁଖ୍ୟ ନିର୍ମଳ ମହାନ୍ତ, ଆଇଟି ବିଭାଗର ଅଧ୍ୟାପିକା ମୋନାଲିସା ସାହୁ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଡ଼ତଳ ଆଞ୍ଚଳିକ ହାୟର ସେକେଣ୍ଡରୀ ସ୍କୁଲର ପ୍ରିନ୍ସିପାଲ ନରେନ୍ଦ୍ର କୁମାର ପାଇକରାୟ ଯୋଗଦାନ କରିଥିଲେ। ଆଇଡ୍ରିମ ପରିଚାଳନା କଲେଜର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ବିଶ୍ୱାଳ କଲେଜର ଶିକ୍ଷାଦାନ ପଦ୍ଧତି ଏବଂ ଶିକ୍ଷାର ଆଭିମୁଖ୍ୟ ବିଷୟରେ ମତ ଦେଇଥିଲେ।

ଏହି ଅବସରରେ ନୂତନ ଛାତ୍ରଛାତ୍ରୀଙ୍କୁ କଲେଜର ଅଧ୍ୟାପକ, ପାଠପଢା ସଂସ୍କୃତି, ମୂଲ୍ୟବୋଧ ଏବଂ ଅନୁଷ୍ଠାନର ଶିକ୍ଷାର ଆଭିମୁଖ୍ୟ ବିଷୟରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ।

Share

Leave a Reply