ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

You are currently viewing ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

ଅନୁଗୁଳ: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଧାରମଣପଡ଼ାର ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଅନିଲ କୁମାର ନାଏକ(୨୫)। ତାକୁ ୫ ହଜାର ଟଙ୍କା ଜରିମାନା କରିବା ସହ ୧୫ ଦିନ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ସୂଚନା ଅନୁସାରେ, ଗତ ୨୦୨୪ ଏପ୍ରିଲ ୨୪ ତାରିଖ ରାତିରେ ଅନୁଗୁଳ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଅନିଲ ନିଶାସକ୍ତ ଅବସ୍ଥାରେ ଏକ ବୁଲେଟ୍‌ ଚଳାଇ ଆସୁଥିଲା। ପୁଲିସ ତାକୁ ଅଟକାଇ ଯାଞ୍ଚ କରିବା ପରେ ସେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା। ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାର ବିଚାର କରି ଅଦାଲତ ଏହି ରାୟ ଶୁଣାଇଛନ୍ତି।

Share

Leave a Reply