ଭାଲୁ ଆକ୍ରମଣରେ ଜଣେ ଗୁରୁତର

You are currently viewing ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା: ବୁଧବାର ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗାଁର ଶରତ ନାଏକ(୪୫) ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଶୌଚ ହେବାକୁ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିଲେ। ସେ ଶୌଚ ହୋଇ ଘରକୁ ଫେରିବା ବେଳେ ହଠାତ୍ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଦୁଇ ଭାଲୁଙ୍କ ଏହି ଅତର୍କିତ ଆକ୍ରମଣରେ ଶରତଙ୍କ ବାମ ଜଙ୍ଘ ଓ ବାମ ହାତରେ ଗଭୀର ଆଘାତ ଲାଗିଥିଲା । ତେବେ ସେ କୌଣସିମତେ ଭାଲୁଙ୍କ କବଳରୁ ଖସିଆସି ଜୀବନ ବିକଳରେ ଗାଁକୁ ଦୌଡ଼ିଥିଲେ। ଗ୍ରାମବାସୀ ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Share

Leave a Reply