ବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

You are currently viewing ବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

ଅନୁଗୁଳ: ଗାଁରୁ ବାସନ୍ଦ ହୋଇଥିବାରୁ ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ପୁରୁଣାପାଣିର ପରମା ନାଏକଙ୍କ ପୁଅ ମଣିକର ନାଏକ। ବିନା ଦୋଷରେ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ସେ କହିଛନ୍ତି।

ମଣିକରଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଗାଁର କିଛି ଖଳ ପ୍ରକୃତିର ଲୋକ ମିଶି ହଇରାଣ କରିବା ସହ ତାଙ୍କ ଘରକୁ ଥିବା ରାସ୍ତାକୁ ଅବରୋଧ କରିଛନ୍ତି। ଏଥିସହ ତାଙ୍କୁ ଗାଁରୁ ବାସନ୍ଦ କରିଛନ୍ତି। ଏ ନେଇ ସେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ ଆଜି ବାଧ୍ୟ ହୋଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା କହିଛନ୍ତି। ପାଳଲହଡ଼ା ଉପଜିଲ୍ଲାପାଳ ଏବଂ ତହସିଲଦାର ଆସନ୍ତା ୪ ତାରିଖ ଦିନ ମଣିକରଙ୍କ ଘର ଉଚ୍ଛେଦ କରିବା ପାଇଁ ନୋଟିସ ମଧ୍ୟ ଜାରି କରିଛନ୍ତି। ଏଣୁ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ମଣିକର।

Share

Leave a Reply