ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କରିଥିଲେ ମହିଳା, ଆଜି ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ

You are currently viewing ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କରିଥିଲେ ମହିଳା, ଆଜି ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଯୋଗୁଁ ସମ୍ପୃକ୍ତ ମହିଳା ଲାଜରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ବଡତ୍ରିବିଡା ଗ୍ରାମର ମନୋଜ ବେହେରା (୩୫) କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ଗତ ୩ ତାରିଖ ଦିନ ସକାଳେ ବିବାହିତା ମହିଳା ଜଣକ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିଲେ। ସେତେବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ପଠାଇ ତଦନ୍ତ ଜାରି ରଖିଥିଲା।

ମାତ୍ର ଗତ ୫ ତାରିଖ ଦିନ ମୃତ ମହିଳାଙ୍କ ମା’ ଝିଅ ଆତ୍ମହତ୍ୟାର କାରଣ ଅଶ୍ଳୀଳ ଫଟୋ ଭାଇରାଲ ବୋଲି ଅଭିଯୋଗ କରିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି।

Share

Leave a Reply