କେବଳ ଭାରତରେ ନୁହେଁ, ଅଗଷ୍ଟ ୧୫ରେ ଏହି ୫ ଟି ଦେଶରେ ବି ପାଳିତ ହୁଏ ସ୍ଵାଧୀନତା ଦିବସ

You are currently viewing କେବଳ ଭାରତରେ ନୁହେଁ, ଅଗଷ୍ଟ ୧୫ରେ ଏହି ୫ ଟି ଦେଶରେ ବି ପାଳିତ ହୁଏ ସ୍ଵାଧୀନତା ଦିବସ

ଅନୁଗୁଳ: ଚଳିତବର୍ଷ ଦେଶ ପାଳନ କରିବ ୭୮ ତମ ସ୍ୱାଧୀନତା ଦିବସ। ଏହି ଦିନ ଇଂରେଜମାନେ ଭାରତ ଛାଡ଼ି ନିଜ ଦେଶକୁ ଚାଲିଯାଇଥିଲେ। ତେବେ ଏହି ଦିନ କେବଳ ଭାରତରେ ପାଳିତ ହୁଏନି, ଆଉ ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରନ୍ତି। ସେହି ଦେଶ ଗୁଡ଼ିକ ହେଲା- ଉତ୍ତର କୋରିଆ, ଦକ୍ଷିଣ କୋରିଆ, କଙ୍ଗୋ, ବାହାରିନ ଏବଂ ଲିକଣ୍ଟେଷ୍ଟିନ।

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ଜାପାନଠାରୁ ସ୍ୱାଧୀନତା ପାଇଥିଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ। ୧୯୪୫ ମସିହାରେ ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ।

କଙ୍ଗୋ: କଙ୍ଗୋ ଆଫ୍ରିକା ମହାଦେଶ ମଧ୍ୟରେ ଥିବା ଏକ ଗଣତାନ୍ତ୍ରିକ ଦେଶ। ଏହି ଦେଶ ଭାରତ ସ୍ଵାଧୀନତାର ୧୩ ବର୍ଷ ପରେ ଅର୍ଥାତ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା। ୧୮୮୦ ଠାରୁ ୧୯୬୦ ପର୍ଯ୍ୟନ୍ତ ଏଠାରେ ଫ୍ରାନ୍ସ ରାଜୁତି କରୁଥିଲା।

ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା। କିନ୍ତୁ ଏହି ଦେଶ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେନାହିଁ। ଅଗଷ୍ଟ ୧୫ ପରିବର୍ତ୍ତେ ସ୍ୱର୍ଗତ ଶାସକ ଇସା ବିନ୍ ସଲମାନ ଅଲ ଖଲିଫାଙ୍କ ସିଂହାସନ ଆରୋହଣ ଦିନ ଅର୍ଥାତ୍ ଡିସେମ୍ବର ୧୬ରେ ସ୍ୱାଧୀନତା ଦିବସ ପାଳନ କରିଥାଏ ।

ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ସ୍ୱାଧୀନତା ଲାଭ କରିଥିଲା। କିନ୍ତୁ ୫ ଅଗଷ୍ଟ ୧୯୪୦ରେ ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।

Share

Leave a Reply