ଓଡ଼ିଶାରେ ବର୍ଷକ ଭିତରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ

You are currently viewing ଓଡ଼ିଶାରେ ବର୍ଷକ ଭିତରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ

ଭୁବନେଶ୍ଵର: ରାଜ୍ୟରେ ଇଲେକ୍ଟ୍ରିକ୍‌ ଯାନ ଚାହିଦା ବଢିବାରେ ଲାଗିଛି। ଏଥିପାଇଁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଚର୍ଜିଂ ଷ୍ଟେସନ୍ ଓ ସିଏନ୍‌ଜି ଷ୍ଟେସନ୍ ମଧ୍ୟ ଖୋଲିଲାଣି। ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ଆଉ ୧୦୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ନୂଆ ଚାର୍ଜିଂ ଷ୍ଟେସନସବୁ ଖୋଲାଯିବ ବୋଲି ଇଣ୍ଡିଆନ ଅୟଲ ଓଡ଼ିଶା ପକ୍ଷରୁ ଏନଏମ୍‌ ନିମଜୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୧୫୨ ପେଟ୍ରୋଲ ପମ୍ପରେ ଇଭି ଚାର୍ଜିଂ ଷ୍ଟେସନ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ଆଉ ୧୦୦ଟି ଚାର୍ଜିଂ ଷ୍ଟେସନ୍ ଖୋଲିଲେ ମୋଟ ୨୫୨ଟି ଇଭି ଚାର୍ଜିଂ ଷ୍ଟେସନ୍ ହୋଇଯିବ। ଯାହା ଫଳରେ ଗ୍ରାହକ ଇ-ଯାନ କିଣିଲେ ବି ଚାର୍ଜିଂ ପାଇଁ ହଇାଣ ହେବାକୁ ପଡ଼ିବ ନାହିଁ।

Share

Leave a Reply