ପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

You are currently viewing ପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି କମିଛି ଭାରତୀୟ ଟଙ୍କାର ମୂଲ୍ୟ। ଆଜି ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତର ୮୧ ଟଙ୍କା ୬୨ ପଇସାକୁ ଖସିଛି। ବିଶ୍ବ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକ ପାଇଁ ଆଗକୁ ଟଙ୍କାର ମୂଲ୍ୟ ଆହୁରି କମିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେବଳ ଟଙ୍କା ନୁହେଁ ବ୍ରିଟେନ୍‌ର ପାଉଣ୍ଡ୍‌ ଷ୍ଟର୍ଲିଂ, ୟୁରୋପର ୟୁରୋ, ଜାପାନର ୟେନ୍, ଅଷ୍ଟ୍ରେଲୀୟ ଡଲାର, କାନାଡା ଡଲାର, ଚୀନ୍‌ର ୟୁଆନ୍‌ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇଛି।

ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ବିଦେଶରୁ ଆସୁଥିବା ଜିନିଷ ପାଇଁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଖାସ କରି ଅଶୋଧିତ ତୈଳ, ସାର, ଔଷଧ, ଗାଡ଼ି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଏବେ ଦାମୀ ହେବ ବୋଲି ଜଣାଯାଇଛି।

Share

Leave a Reply