ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

You are currently viewing ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ଵର: ଏସିଆ କପ ଆଗାମୀ ଦିନରେ ଆୟୋଜିତ ହେବାକୁ ଯାଉଛି। ଏଥିନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଶୁଭମନ ଗିଲଙ୍କୁ ଉପଅଧିନାୟକ କରାଯାଇଛି।

ଦଳରେ ଏଥର ଯୁବ ଓ ଅନୁଭବୀ ଖେଳାଳିଙ୍କର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ। ଅଭିଶେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂହ, ହର୍ଷିତ ରାଣାଙ୍କ ପରି ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତୀ ପରି ଅନୁଭବୀମାନେ ମଧ୍ୟ ସାମିଲ ହୋଇଛନ୍ତି।

ବ୍ୟାଟିଂ ଲାଇନ୍‌ଅପ୍‌କୁ ଶକ୍ତିଶାଳୀ କରିବାକୁ ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କୁ ୱିକେଟକିପର୍-ବ୍ୟାଟର୍ ଭାବେ ରଖାଯାଇଛି। ବୋଲିଂ ବିଭାଗରେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତୀ, କୁଲଦୀପ ଯାଦବଙ୍କୁ ନେଇ ଏକ ସକ୍ତିଶାଳୀ ଲାଇନ୍‌ଅପ୍‌ ତିଆରି କରାଯାଇଛି।

Share

Leave a Reply