ଭୁଲ୍ ଇଞ୍ଜେକ୍ସନ ପାଇଁ ଗଲା ଯୁବକଙ୍କ ଜୀବନ!

You are currently viewing ଭୁଲ୍ ଇଞ୍ଜେକ୍ସନ ପାଇଁ ଗଲା ଯୁବକଙ୍କ ଜୀବନ!

ଅନୁଗୁଳ: ଭୁଲ୍ ଇଞ୍ଜେକ୍ସନ ପାଇଁ ଗଲା ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ଖମାର ଥାନା ଅନ୍ତର୍ଗତ ସିଆଳିମାଳିଆ ଗ୍ରାମର ବାବୁଲାଲ ମହାକୁଡ଼ଙ୍କ ପୁଅ ଅନନ୍ତ ମହାକୁଡ଼ (୪୦)।

ସୂଚନା ମୁତାବକ, ଅନନ୍ତ ବଲଣ୍ଡା ଅଞ୍ଚଳରେ ରହି ଏକ ଢାବାରେ କାମ କରନ୍ତି। କିଛିଦିନ ହେଲା ତାଙ୍କୁ ଜ୍ୱର ହୋଇ ଛାଡ଼ୁନଥିଲା। ଏଣୁ ଡାକ୍ତରଙ୍କ ପରାମର୍ଶ ନେଇ ସେ ଔଷଧ ଖାଉଥିଲେ। ତଥାପି ଜ୍ୱର ନ ଛାଡ଼ିବାରୁ ସେ ମୁଣ୍ଡା ବଜାର ସ୍ଥିତ ଏକ ମେଡିସିନ ଷ୍ଟୋରକୁ ଯାଇଥିଲେ। ସେଠାରେ ସେ ପରାମର୍ଶ ନେବା ପରେ ଦୁଇଟି ଇଞ୍ଜେକ୍ସନ ନେଇଥିଲେ।ଅନନ୍ତଙ୍କ ଅବସ୍ଥା ବିଗିଡ଼ିବାରୁ ମେଡିସିନ ଷ୍ଟୋର ବାଲା ତାଙ୍କୁ ତୁରନ୍ତ ସେଣ୍ଟ୍ରାଲ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ତାଙ୍କ ସ୍ତ୍ରୀଙ୍କ କହିବାନୁସାରେ, ଅନନ୍ତ ଘରୁ ଚାଲିଚାଲି ଆସିଥିଲେ। ଏଠାରେ ତାଙ୍କୁ ଇଞ୍ଜେକ୍ସନ ଦେବାରୁ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Share

Leave a Reply