ଅନୁଗୁଳ: କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଅନିରୁଦ୍ଧ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଅନିରୁଦ୍ଧର ଘର କଣିହାଁ ଥାନା କିଆଝାର ଗ୍ରାମରେ ବୋଲି ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ବନାଞ୍ଚଳ ଅଧିକାରୀ ଶ୍ରୀ ଦେହୁରୀ ଗତ ୨୫ ତାରିଖ ଅପରାହ୍ନରେ ଅଫିସ୍ରେ କାର୍ଯ୍ୟରତ ଥିଲା ବେଳେ ତାଙ୍କ ମୋବାଇଲ ନମ୍ବରରେ ଅନିରୁଦ୍ଧ ଫୋନ୍ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏ ନେଇ ସେହିଦିନ ଶ୍ରୀ ଦେହୁରୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଅନିରୁଦ୍ଧ ସମି ତାର ଅନ୍ୟ ୩/୪ ଜଣ ସହଯୋଗୀ ଏଥିରେ ସଂପୃକ୍ତ ଥିବା ଏତାଲାରେ ଦର୍ଶାଯାଇଛି । ବନାଞ୍ଚଳ ଅଧିକାରୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ପଛରେ କି ରହସ୍ୟ ରହିଛି ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ
- Post published:April 1, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
