ଅନୁଗୁଳ : ସ୍ଥାନୀୟ ବଅଁରପାଳ ବଜାରରେ ଆଜି ଦିନ ଦ୍ୱିପ୍ରହରରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ୧୨ ବେପାରୀଙ୍କୁ ଫାଇନ କରାଯାଇଛି।
ସୂଚନା ମୁତାବକ, ଖାଦ୍ୟ ବ୍ୟବସାୟ କରୁଥିବା ଦୋକାନ ଏବଂ ମିଠା ବ୍ୟବସାୟ କରୁଥିବା ଦୋକାନୀଙ୍କ ଉପରେ ଆଜି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ପ୍ରାୟ ୧୫ ଗୋଟି ଦୋକାନ ଉପରେ ଯାଞ୍ଚ କରାଯାଇଥିବା ବେଳେ ୧୨ ଦୋକାନକୁ ଫାଇନ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ଡିପିଏଚ୍ଓ ଧନଞ୍ଜୟ ବେହେରା, ଏଫଏସଓ ହରପ୍ରିୟା ବେହେରା, ଏମ୍ ଟିଏସ୍ ନୀଳାମ୍ବର ପ୍ରଧାନ ଉପସ୍ଥିତ ଥିଲେ।