ଅନୁଗୁଳ: ବୁଧବାର ସ୍ଥାନୀୟ ଏକ ହୋଟେଲରେ ଭାରତୀୟ ଦନ୍ତ ଚିକିତ୍ସକ ସଙ୍ଘ ଅନୁଗୁଳ ଶିଳ୍ପାଞ୍ଚଳ ଶାଖାର ସ୍ଥାପନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନୁଗୁଳ ଓ ତାଳଚେର ଅଞ୍ଚଳର ବହୁ ବରିଷ୍ଠ ଓ ଯୁବ ଦନ୍ତ ଚିକିତ୍ସକ ଯୋଗଦାନ କରିଥିଲେ। ରାଜ୍ୟ ଦନ୍ତ ଚିକିତ୍ସକ ସଙ୍ଘ ର ପୂର୍ବତନ ସଭାପତି ଡ଼ା ମାଇକେଲ ଜନ ସମସ୍ତ ସଦସ୍ୟ ମାନଙ୍କୁ ସ୍ଵାଗତ କରିବା ସହ ସମ୍ବର୍ଧିତ କରିଥିଲେ। ସମାରୋହରେ ଡ଼ା ଶଶାଙ୍କ ଶେଖର ସାହୁ ଯୋଗ ଦେଇ ଦନ୍ତ ଚିକିତ୍ସା କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ ଏବଂ ନିୟମିତ ବ୍ୟବଧାନରେ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜନ ଉପରେ ଆଲୋକ ପାତ କରିଥିଲେ।
ସମାରୋହରେ ନୂତନ କର୍ମକର୍ତ୍ତା ମାନେ ଦାୟିତ୍ଵ ଗ୍ରହଣ କରିବା ସହ ଦନ୍ତ ଚିକିତ୍ସା କ୍ଷେତ୍ର ରେ କିଭଳି ମାନ ବୃଦ୍ଧି ହୋଇପାରିବ ସେଥିନେଇ ଆଲୋଚନା ହୋଇଥିଲା। ସଂଘର ସଭାପତି ଭାବେ ଡ଼ା ଶଶାଙ୍କ ଶେଖର ସାହୁ, ସଭାପତି(ଇଲେକ୍ଟ) ଭାବେ ଡ଼ା ଦୀପକ କୁମାର ମାଝୀ,ଉପସଭାପତି ଭାବେ ଡ଼ା ପୁଷ୍ପାଞ୍ଜଳି ପ୍ରଧାନ ଓ ଡା ପ୍ରବୀଣ କୁମାର ମିଶ୍ର,ସମ୍ପାଦକ ଭାବେ ଡ଼ା ବି.ଏନ.ମିଶ୍ର,ଯୁଗ୍ମ ସମ୍ପାଦକ ଭାବେ ଡ଼ା ରୋନକ୍ ଚୌଧୁରୀ ଓ ଡ଼ା ସିପ୍ରା ସାହୁ,ସହ ସମ୍ପାଦକ ଭାବେ ଡ଼ା ଅଭିଜିତା ସାହୁ ଓ ଡ଼ା ଅଭିଜିତ ନାୟକ,କୋଷାଧ୍ୟକ୍ଷ ଭାବେ ଡ଼ା ପିପି ଗୌରବ,ଆବାହକ ଭାବେ ଡ଼ା ପୟଦା ପଟ୍ଟନାୟକ ଓ ଡ଼ା ପ୍ରଗତି ମୋଦି ଦାୟିତ୍ଵ ଗ୍ରହଣ କରିଥିଲେ।
ସମାରୋହରେ ଅନ୍ୟମନଙ୍କ ମଧ୍ୟରେ ସଙ୍ଘ ଏଡ଼ିଟର ଡ଼ା ସୁଚିଶ୍ମିତା ସାମଲ ଏବଂ ପ୍ରାକ୍ତନ ସଭାପତି ଡ଼ା ଶକ୍ତି ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଡ଼ା ରୋନକ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ା ବି.ଏନ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।