ଅନୁଗୁଳ: ବକେୟା ବିଦ୍ୟୁତ୍ ବିଲ୍ ମାଗିବାରୁ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଅନିଲ୍ ସାହୁ(୩୨) ବିଭାଗୀୟ କନିଷ୍ଠଯନ୍ତ୍ରୀ ଗୋପାଳ ଚନ୍ଦ୍ର ପତି ଓ ତାଙ୍କ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ କନିଷ୍ଠଯନ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ମର୍ମରେ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଛି । ପୁଲିସ ଗୁରୁବାର ଅନିଲଙ୍କୁ ଥାନାକୁ ଡକାଇ ୪୧ ଧାରାରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ବକେୟା ବିଲ ମାଗିବାରୁ ବିଦ୍ୟୁତ୍ ଯନ୍ତ୍ରୀଙ୍କୁ ଗାଳି
- Post published:March 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
