ବଅଁରପାଳ: ସ୍ଥାନୀୟ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ରାଜଭାଷା ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରାର ପ୍ରଫେସର ଭରତ ସିଂହ ପରମାର ଦୀପ ପ୍ରଜ୍ୱଳନ କରି ସେମିନାର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନୀହାର ରଞ୍ଜନ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିଲେ। କଟକ ହିନ୍ଦୀ ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରଶିକ୍ଷକ ସତ୍ୟ ନାରାୟଣ ପଣ୍ଡା ଓ ମାନବ ସମ୍ବଳ ପ୍ରଶିକ୍ଷିକା ବାଣୀ ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଆଖପାଖର ୨୦ଟି ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କାର ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ହିନ୍ଦୀ ଭାଷାର ପ୍ରଚାର ଓ ଜାତୀୟ ସଂହତିରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ। ବିଚାରକ ଭାବେ ନବ ଲିମିଟେଡ୍ର କଲ୍ୟାଣୀ ମାଡାମ ଓ ବାଣୀ ଦେବୀ ଉପସ୍ଥିତ ଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ମିନତୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।