ଜେଏସ୍‌ପିରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

You are currently viewing ଜେଏସ୍‌ପିରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି) ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆଶା ଦି ହୋପ ପକ୍ଷରୁ ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ବେଣାଗାଡିଆ ହାଇସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶନିବାର ପାଳନ କରାଯାଇଛି।

କାର୍ଯ୍ୟକ୍ରମରେ ଆଶା ଦି ହୋପର ପିଲାମାନଙ୍କ ସହିତ ପ୍ରାୟ ଶତାଧିକ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। ବେଣାଗାଡିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧୃବ ଚରଣ ସାହୁ ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜେଏସପି ଫାଉଣ୍ଡେସନର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ନେଇ ବିଭିନ୍ନ ନୃତ୍ୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଦିନକୁ ଗୋଟିଏ ସ୍ମରଣୀୟ ଦିନ ଭାବେ ପାଳନ କରିବା ପାଇଁ ବେଣାଗାଡିଆ ଗାଁରେ ଏକ ସଚେତନତା ରାଲିର ଆୟୋଜନ କରଯାଇଥିଲା।

ଏହି ଅବସରରେ, ଏକ ବିଶେଷ ବାର୍ତ୍ତା ମାଧ୍ୟମରେ ଜେଏସ୍‌ପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ କହିଛନ୍ତି ଯେ ଭିନ୍ନକ୍ଷମଙ୍କ ସାହସ ଏବଂ ଜୀବନଯାପନ ପାଇଁ ସେମାନଙ୍କ ସଂଗ୍ରାମ ତଥା ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାର ଆତ୍ମବିଶ୍ୱାସ ପାଇଁ ସେମାନଙ୍କୁ ଗଭୀର ସମ୍ମାନ କରୁଛି। ବର୍ତ୍ତମାନ ସୁଧା ଜେଏସପି ପ୍ଳାଣ୍ଟର ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ପ୍ରକଳ୍ପର ପାର୍ଶ୍ଵବର୍ତୀ ଗାଁରେ ବସବାସ କରୁଥିବା ୫ ହଜାରରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଶିଶୁମାନେ ଉପକୃତ ହୋଇପାରିଛନ୍ତି ।

Share

Leave a Reply