ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁକନ୍ୟା ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କନ୍ୟାମାନେ ପୁଅମାନଙ୍କ ତୁଳନାରେ କୌଣସି ଗୁଣରେ କମ ନୁହନ୍ତି। ସେମାନଙ୍କର ସଠିକ ଜତ୍ନ, ସୁରକ୍ଷା ଓ ଗୁରୁତ୍ୱକୁ ଉପଲବ୍ଧି କରିବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ପୁଅ ଝିଅ ମଧ୍ୟରେ ପାର୍ଥକ୍ୟ ନରଖି ସମସ୍ତଙ୍କୁ ସମାନ ଭାବରେ ସମ୍ମାନ ଓ ସୁଯୋଗ ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧ୍ୟକାରୀ ଡ. ତ୍ରିଲୋଚନ ପ୍ରଧାନ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଜିଲ୍ଲାର ସୁନାମକୁ ବହୁଗୁଣିତ କରିଥିବା ସଫଳ କନ୍ୟାରତ୍ନ ମାନଙ୍କର ଉଦାହରଣ ଦେବା ସହ ଝିଅମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପୂର୍ବତନ ନଗରପାଳ ସୁକାନ୍ତି ଦାସ ପରିବାର ପ୍ରଗତିରେ କନ୍ୟା ରତ୍ନର ସହଭାଗିତା ଉପରେ ଗୁରୁତ୍ବାରୋପ କରିଥିଲେ। ପର୍ଶୁରାମ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡିପିଏମ୍ ବିଶ୍ବରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ
- Post published:October 12, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
