ଅନୁଗୁଳ: ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକର ଦୁଇ ଗାଁ ମହୀଧରପୁର ଏବଂ ପରତରା ଗାଁର ଶତାଧିକ ମହିଳା ପୁରୁଷ ଓ ଅନୁଗୁଳ ବ୍ଲକ ଶାବଳଭଙ୍ଗା ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ, ଉଭୟ ଗ୍ରାମରେ ଲଗାଯାଇଥିବା ବସୁଧା ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ପାଇପ୍ ଯୋଗେ ଦିଆଯାଉଥିବା ପାଣି ଆବଶ୍ୟକ ପରିମାଣରେ ଘର ପାଖରେ ପହଞ୍ଚି ପାରୁନାହିଁ। ଗାଁରେ ଆବଶ୍ୟକ ମୁତାବକ ନଳକୂପ ମଧ୍ୟ ନଥିବାରୁ ଲୋକେ ନାଳ ଓ ପୋଖରୀର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ପଡ଼ୁଛନ୍ତି।
ଏନେଇ ସରକାରୀ ସ୍ତରରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ତେଣୁ ଆଜି ବାଧ୍ୟ ହୋଇ ତିନି ଗାଁର ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି।