ମଦ ବ୍ୟବସାୟୀଙ୍କ ବିଅର ଫ୍ୟାକ୍ଟ୍ରି ଉପରେ ଆଇଟି ଚଢାଉ

You are currently viewing ମଦ ବ୍ୟବସାୟୀଙ୍କ ବିଅର ଫ୍ୟାକ୍ଟ୍ରି ଉପରେ ଆଇଟି ଚଢାଉ

ଅନୁଗୁଳ: ଧୀରଜ ସାହୁଙ୍କ ମଦ ବ୍ୟବସାୟ ନେଇ ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିବା ପରେ ସେହି ସଂପୃକ୍ତିରେ ଢେ଼ଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ଥିବା ଏକ ବିଅର ଫ୍ୟାକ୍ଟ୍ରି ଉପରେ ଆୟକର ବିଭାଗ ଚଢାଉ କରିଥିବା ଖବର ମିଳିଛି।

ଶକ୍ତି ମଲ୍ଟ ୱ୍ୟାୟର ଆଣ୍ଡ ଲେମୋନେଡ ପ୍ରାଇଭେଟ ଲିମିଟେଡର ଫ୍ୟାକ୍ଟ୍ରି ଉପରେ ଗତ ଶୁକ୍ରବାର ଚଢାଉ କରାଯାଇଥିଲା। ବୌଦ୍ଧ ଡିଷ୍ଟିଲାରିରୁ ସ୍ପିରିଟ କିଣାଯାଇ ଏହି କାରଖାନାରେ ବିଭିନ୍ନ ବ୍ରାଣ୍ଡର ବିଅର ତିଆରି କରାଯାଏ। ଏହି କାରବାର କେତେ ଦୁର ବୈଧ ବୋଧହୁଏ ସେଥିନେଇ ଆୟକର ବିଭାଗର ଅଧିକାରୀ ମାନେ କାଗଜପତ୍ର ତନଖି କରିଥିଲେ। ଏ ନେଇ ଅଧିକ ତଥ୍ୟ ଆମର ହସ୍ତଗତ ହୋଇପାରିନାହିଁ। ଅନୁଗୁଳ ଜଣେ ବିଶିଷ୍ଟ ମଦ ବ୍ୟବସାୟୀଙ୍କ ମାଲିକାନାରେ ଏହି ଵିଅର ଫ୍ୟାକ୍ଟ୍ରି ଚାଲୁଥିବା ଚର୍ଚା ହେଉଛି।

Share

Leave a Reply