ଅନୁଗୋଳ: ସେପ୍ଟେମ୍ବର ୬ ତାରିଖରେ ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅନୁଷ୍ଠିତ ମର୍ଯ୍ୟାଦାଜନକ “ଇଣ୍ଡିଆନ୍ ଜର୍ଣ୍ଣାଲିଜିମ୍ ଆୱାର୍ଡ ଓ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ” ପ୍ରଦାନ ଉତ୍ସବରେ ‘ପ୍ରମେୟ’ ଅନୁଗୁଳ ସଂସ୍କରଣର ବ୍ୟୁରୋ ମୁଖ୍ୟ ଜଳଧର ପ୍ରଧାନ “ଓଡ଼ିଶା ଜର୍ଣ୍ଣାଲିଜିମ୍ ପୁରସ୍କାର”ରେ ସମ୍ମାନିତ ହୋଇଛନ୍ତି।
ଏହା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ସମଗ୍ର ଅନୁଗୋଳ ଜିଲ୍ଲା ତଥା ତାଙ୍କ ଗାଁ ବାଲିପଟା ଅଞ୍ଚଳ ପାଇଁ ଗର୍ବର ବିଷୟ। ତାଙ୍କ ନିଷ୍ଠା, ସାହସିକତା ଓ ସତ୍ୟ ସାମ୍ବାଦିକତା ପାଇଁ ସେ ଏହି ସମ୍ମାନର ହକଦାର ହୋଇଛନ୍ତି।
‘ଓଡ଼ିଶା ଜର୍ଣ୍ଣାଲିଜିମ୍ ପୁରସ୍କାର’ରେ ସମ୍ମାନିତ ହେଲେ ଜଳଧର ପ୍ରଧାନ





