ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

You are currently viewing ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ତେନ୍ତୁଳିହତା ଗାଁରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ଯାଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଗାଁର ଗୌତମ ନାଏକ ଓ ତାଙ୍କ ପୂରା ପରିବାର ଶ୍ୱଶୁର ଘରକୁ ଯାଇଥିଲେ। ଘରେ କେହି ନ ଥିବା ବେଳେ ବୁଧବାର ମଧ୍ୟାହ୍ନରେ ତାଙ୍କ ଘରୁ ଧୂଆଁ ବାହାରୁଥିବା ପଡ଼ୋଶୀ ଦେଖିଥିଲେ। ଚାହୁଁ ଚାହୁଁ ଘର ଜଳିବାରେ ଲାଗିଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ବଅଁରପାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଗ୍ନିକମାନେ ତୁରନ୍ତ ଆସି ନିଆଁ ଲିଭାଇଥିଲେ ମଧ୍ୟ ୨ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଗୌତମଙ୍କର ଅନେକ ଆସବାବ ପତ୍ର ଜଳିଯାଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ।

Share

Leave a Reply