ଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

You are currently viewing ଆଉ ଜଙ୍ଗଲରେ ଲାଗିବନି ନିଆଁ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନେଲେ ଜରପଡ଼ାବାସୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅଧୀନ ଦୁର୍ଗାପୁର ପାଣସାହି ମୌଜା ବନ ସୁରକ୍ଷା ସମିତି ସଭାଗୃହ ଠାରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି।

ସମିତି ସଭାପତି ଲମ୍ବୋଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜଙ୍ଗଲରେ ନିଆଁ ଲାଗିବାର କାରଣ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପୂର୍ବରୁ କିଭଳି ଭାବେ ସମିତି ଜଗାରଖା କରୁଥିବା ଗ୍ରାମ୍ୟ ଜଙ୍ଗଲ, ପାହାଡ଼ ଏବଂ ରିଜର୍ଭ ଫରେଷ୍ଟ ଇଲାକାରେ ଆଦୌ ନିଆଁ ନ ଲାଗିବ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଗାଁ ଲୋକ ଉପସ୍ଥିତ ଥିଲେ।

Share

Leave a Reply