ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ, ସଭାପତି ହେଲେ ଅନନ୍ତ ନାରାୟଣ ବାରିକ

You are currently viewing ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ, ସଭାପତି ହେଲେ ଅନନ୍ତ ନାରାୟଣ ବାରିକ

ଅନୁଗୁଳ: ସ୍ଥାନୀ କାଣ୍ଡସର ସ୍ଥିତ ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟାରେ ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଗଠନର ଉନ୍ନତି, ସେବା, ସାହାଯ୍ୟ, ସହଯୋଗ କ୍ଷେତ୍ରରେ ଏକତ୍ରିତ ହୋଇ ସଂଗଠନ ସଦସ୍ୟ କାର୍ଯ୍ୟ କରିବାକୁ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ବେହେରା ମତ ଦେଇଥିଲେ।
ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ରୂପେ ଅନନ୍ତ ନାରାୟଣ ବାରିକ, ଉପ ସଭାପତି ପ୍ରଦୀପ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ନାରାୟଣ ତ୍ରିପାଠୀ, ସାଧାରଣ ସମ୍ପାଦକ ସୁଧାକର ସାହୁ, କାର୍ଯ୍ୟକାରୀ ସମ୍ପାଦକ ତାରିଣୀ ସେନ ପ୍ରଧାନ, କୋଷାଧ୍ୟକ୍ଷ ପତିତପାବନ ଗଡନାୟକ, ମୁଖ୍ୟ ଉପଦେଷ୍ଟା ରୂପେ ଚିନ୍ମୟୀ ଦାସ, ବିଷ୍ଣୁ ଚରଣ ବେହେରା, ପ୍ରକାଶ ବେହେରା, ସଞ୍ଜୟ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ, ବନିତା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ ସଦସ୍ୟ ରୂପେ ସନ୍ତୋଷ କୁମାର ନାୟକ, ଶ୍ରୀକାନ୍ତ କୁମାର ସାହୁ ( ବାବା ), ସୁଧାକର ବେହେରା, ଦୀପକ ପ୍ରଧାନ, ସରୋଜ କୁମାର ମହାକୁଡ଼, ସେବକ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପତିତପାବନ ବାଡ଼ିଆ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସୁଧାକର ସାହୁ ସଂଗଠନକୁ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରିଥିଲେ।

Share

Leave a Reply