ଅନୁଗୁଳ: ଭିଜିଲାନ୍ସ ଜାଲରେ ସର୍ବ ଶିକ୍ଷା ଅଭିଯାନର ଜେଇ। ଅନୁଗୁଳ ପାଳଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ତାଙ୍କ ସୁନ୍ଦରପଦା ଓ ବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଛାପା ମାରିବା ସହ ସୁନ୍ଦରପଦା ଫ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ମଧ୍ଯ ଭିଜିଲାନ୍ସ ରେଡ୍ କରିଛି। ଏହା ସହ ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟନମ୍ବର B/4, ପାଳଲହଡ଼ା ଉଦୟ ବିହାରରେ ଥିବା ଭଡା ଘରେ, ନିମାପଡାରେ ଥିବା ଆଉ ଏକ ତିନି ମହଲା ଘରେ ବି ଭିଜିଲାନ୍ସ ଖୋଳତାଡ଼ କରୁଛି। ପ୍ରସନ୍ନଙ୍କ ବ୍ୟବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ଭିଜିଲାନ୍ସ ମାରାଥନ ରେଡ଼ କରୁଛି। ଏହି ରେଡ଼ରେ ୬ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ ସାମିଲ ଅଛନ୍ତି। ରେଡ ବେଳେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର, ବ୍ଯାଙ୍କ ପାସବୁକ ଜବତ ହୋଇଥିବା ଜଣାଯାଇଛି।
1
f600b249-5c54-442c-a949-d6bc81000fab