ଗୁଳିଭର୍ଭି ପିସ୍ତଲ ସହ ଗହଣା ଜବତ; ୪ ଗିରଫ

You are currently viewing ଗୁଳିଭର୍ଭି ପିସ୍ତଲ ସହ ଗହଣା ଜବତ; ୪ ଗିରଫ

ଅନୁଗୁଳ: ଶନିବାର ତାଳଚେର ବାଇପାସ ଠାରେ ପୁଲିସ ଚେକିଂ କରୁଥିଲା ବେଳେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକ୍‌ରେ ଦ୍ରୁତ ଗତିରେ ଖସି ପଳାଉଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଥିଲେ ହେଁ ଦୁହେଁ ଖାତିର ନକରି ଖସି ଯିବାକୁ ଉଦ୍ୟମ କରିଥିଲେ ପୁଲିସ ସେମାନଙ୍କର ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିଲା। ତଲାସି ନେବାରୁ ତା’ଠାରୁ ଗୁଳିଭର୍ଭି ଏକ ପିସ୍ତଲ ଜବତ କରାଯାଇଥିଲା। ଏଥିସହିତ ଗତ ୧୮ ତାରିଖରେ ସହରର ହାଟତୋଟା ସ୍ଥିତ ପେଟ୍ରୋଲ୍ ଟାଙ୍କି ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପି ନେଇ ଫେରାର ହୋଇଯାଇଥିବା ଘଟଣାରେ ଏହି ଯୁବକର ସମ୍ପୃକ୍ତି ଥିବା ପୁଲିସ ଜେରା ବେଳେ ଜାଣିବାକୁ ପାଇଥିଲା। ଏଥିରେ ଅନ୍ୟ ତିନି ଜଣ ଯୁବକ ତା’ର ସହଯୋଗୀ ଥିବା ଜାଣିବା ପରେ ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏସ୍ଆଇ ମନୋହର ପାତ୍ର, ବିପ୍ଳବ ସାହୁଙ୍କ ସମେତ ପୁଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଧରମପୁର ଗ୍ରାମର କମଳି ଓରଫ କମଳାକାନ୍ତ ମହାପାତ୍ର (୨୩), ବଲାସିଂହା ଗ୍ରାମର ମନୋଜ ବେହେରା (୨୪) ଓ ସାମନ୍ତ ପ୍ରଧାନ (୨୫), ଟାଇସିଂଗା ଗ୍ରାମର ଅଜୟ କୁମାର ମହାରଣା (୨୧)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଚୋରି ସୁନା ଅଳଙ୍କାର, ପିସ୍ତଲ ଜବତ କରାଯାଇଛି । ଆର୍ମସ ଆକ୍ଟରେ ଏକ ମୋକଦ୍ଦମା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

Share

Leave a Reply